ମା

ମା, ମା କହି ତତେ ମୁଁ ଏବେ ବି ଖୋଜୁଥାଏ
ହେଲେ ମୋ ଭିତରେ ଭୁଲ୍ ଶହେ
ତୁ ପଦେ କହିଲେ ଲକ୍ଷ୍ମଣ ରେଖା,
ତୁ କହିଲେ ଯାଇ ମୁଁ ସେ ରେଖା ଡିୟେ !
ମା,
ତୋ କାହ୍ନି ରେ ପୋଚିଛି କେତେ ଯେ ପାଣି ଛିଟକା
କେତେ ଯେ ଲୁହ ଧାରା
ତୋ କୋଳେ ଦେଖିଚି କେତେ ଯେ ସପ୍ନ
କେତେ ଯେ ସପନ ଭାଙ୍ଗି ଚୁରୁମାର ହେବା ଟା
ହେଲେ ପ୍ରତ୍ୟେକ ଭଙ୍ଗା ସ୍ଵପ୍ନ ରୁ ତୁ ଦେଖାଉ ନୁଆ ସପନ
ଜାଣି ପାରେନା ଜୀବନ ରେ ଯାହା ଭଲ ହୁଏ ସେଟା ମୋ ପରିଶ୍ରମ ନ ତୋ ବିଶ୍ୱାସ ର ଗଢ଼ନ୍!
ମା, ମା କହି ତତେ ମୁଁ ଏବେ ବି ଖୋଜୁଥାଏ
ହେଲେ ମୋ ଭିତରେ ଭୁଲ୍ ଶହେ
ତୁ ପଦେ କହିଲେ ଲକ୍ଷ୍ମଣ ରେଖା,
ତୁ କହିଲେ ଯାଇ ମୁଁ ସେ ରେଖା ଡିୟେ !
ମା ତୁ କେବେ ଦେଖୁନା, କିମ୍ବା ଦେଖୀ ପାରୁନି
ମୋ ଭିତର ର ସେଇ କଳା ମେଘ,
ଯେ ବାନ୍ଧିଚି ରାଗ, କ୍ରୋଧ, ଦ୍ୱେଷ – ଏକ କବିତା ଭଳି
ହେଲେ କବିତା ଟି ଅସରନ୍ତା ଝଡ଼ ।
ତୋ ପାଇଁ ମୁଁ ଏବେ ବି ସେଇ ଶାନୁ,
ଯିଏ ବାଲ୍ୟ କାଳେ ତୋ ପଛେ ଦୋଉଡୁଥାୟେ,
ନିଷ୍ପାପ, ନିସନ୍ଦେହି, ନିର୍ମଳ – ତୋ ବିଶ୍ୱାସ କୁ ନ ଭାଙ୍ଗିବାକୁ ଯାଇ ମୁଁ ନିଜକୁ ନିତି ଦିନ ସୁଧାରୁଥାୟେ।
ମା, ମା କହି ତତେ ମୁଁ ଏବେ ବି ଖୋଜୁଥାଏ
ହେଲେ ମୋ ଭିତରେ ଭୁଲ୍ ଶହେ
ତୁ ପଦେ କହିଲେ ଲକ୍ଷ୍ମଣ ରେଖା,
ତୁ କହିଲେ ଯାଏଁ ମୁଁ ସେ ରେଖା ଡିୟେ !
ତୋ ହସ ଦେଖିକି ହସ ଫୁଟେ ଆମ ମୁହଁରେ
ତୋ ଲୁହ ଦେଖି ଅନ୍ତର ବୁଡିଯାୟେ
ତୁ ଜୀବନେ ଦେଖିଛୁ ଯେତେ ଝଡ଼ ଜଞ୍ଜ।ଳ
ତାକୁ ସୁଧାରିବାକୁ ମୁଁ କର୍ମ କରିଯାୟେ
ଜାଣିନି କେତେ ଯାୟେ ସଫଳ ହେବି,
ଜାଣିନି ତୋ ନାଁ କେବେ ଟେକି ପାରିବି
ହେଲେ ତଳେ ପକେଇବିନି ଏ ଶପଥ ନେଇ ଥାଏ ।
ମା, ମା କହି ତତେ ମୁଁ ଏବେ ବି ଖୋଜୁଥାଏ
ହେଲେ ମୋ ଭିତରେ ଭୁଲ୍ ଶହେ
ତୁ ପଦେ କହିଲେ ଲକ୍ଷ୍ମଣ ରେଖା,
ତୁ କହିଲେ ଯାଏଁ ମୁଁ ସେ ରେଖା ଡିୟେ !
-ତୋ ଅତିପ୍ରିୟ ଶାନୁ

Leave a comment

This site uses Akismet to reduce spam. Learn how your comment data is processed.